ଶ୍ରୀ ସତ୍ୟ ସାଇ ମହିଳା ମହାବିଦ୍ୟାଳୟ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର। ଭୁବନେଶ୍ୱର ତା 4.10.204, ରିଖ। ପୋଖରୀ ପୁଟ ସ୍ଥିତ ଶ୍ରୀ ସତ୍ୟ ସାଇ। ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ଯୁବ ରେଡ କସ ଶାଖା ର ମିଳିତ ଆନୁକୁଲ୍ୟ ରେ ତଥା କ୍ୟାପିଟାଲ ହସପିଟାଲ ସ୍ଥିତ ସରକାରୀ ରକ୍ତ ଭଣ୍ଡାର ର ବୈଷୟିକ ସହଯୋଗ ରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ର ସହିତ ଅନୁଷ୍ଠିତ ହୋଇ ଯାଇଛି, ଓମ୍ କାର ଓ ସହନା ବବତୁ ମନ୍ତ୍ର ର ସମୂହ ଉଚ୍ଚାରଣ ତଥା ଆଧ୍ୟାତ୍ମିକ ପରିବେଶ ରେ ଜ୍ୟୋତି ଆବାହନ ସହିତ ଏହି ପବିତ୍ର କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ, କଲେଜ ଗଭର୍ଣିଂ body ର ସଭାପତିଅଧ୍ୟାପକ ଶ୍ରୀ ସୁନିଲ କୁମାର ରଥ, ଅଧ୍ୟକ୍ଷ ଡକ୍ଟର ଦେବଜାନୀ ସିଂହ , ରକ୍ତଭଣ୍ଡାର ର ଡକ୍ଟର ଚିନ୍ମୟୀ ପଣ୍ଡା, କାଉନସେଲର ଶ୍ରୀମତୀ ପ୍ରଭାସିନୀ ପଟ୍ଟନାୟକ ପ୍ରମୁଖ। କଲେଜ ରେ କର୍ମରତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ମାନେ ମିଶି ଅତ୍ୟନ୍ତ ଆଗ୍ରହର ସହିତ ସର୍ବମୋଟ 26ୟୁନିଟ ରକ୍ତ ଦାନ କରିଥିଲେ, ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବିନ୍ଦୁଲତା ପଣ୍ଡା , ଯୁବ ରେଡ cross councellor ଅଧ୍ୟାପିକା ଅପର୍ଣ୍ଣା ପାତ୍ର,, ଅଧ୍ୟାପିକା ସର୍ବଶ୍ରୀମତି ସୁଜାତା ପାହାନ, ମୃଣ୍ମୟୀ ରଥ, ଶାଶ୍ଵତୀ ସ୍ୱାଗତିକା, ବର୍ଷା ଓଝା, ସ୍ନିଗ୍ଧା ସମଦର୍ ଶିନୀ, ଶାଶ୍ଵତୀ ପତି , ମିନତି ଜେନା, ନିଲମ ଲାକ୍ରା, ମମତା ନାୟକ ପ୍ରମୁଖ ଶିବିର ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ, ସରକାରୀ ରକ୍ତଭଣ୍ଡାର ର ଟେକ୍ ନି ସିଆନ ପ୍ରଣୀତ ଦାସ, ବାବୁଲି ରଥ ଓ ଶ୍ରୀ ପ୍ରତାପ ସାହୁ ପ୍ରମୁଖ ରକ୍ତ ସଂଗ୍ରହ୍ ରେ ସହଯୋଗ କରିଥିଲେ। ସମସ୍ତ ସ୍ଵେଚ୍ଛାକୃତ ରକ୍ତ ଦାତା ଙ୍କୁ ପରିଚୟ ପତ୍ର ଓ certificate ପ୍ରଦାନ କରା ଯାଇଥିଲା |