ଏକ ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ଓ ସାହିତ୍ୟ ଉଜ୍ଜୀବନ ପାଠ୍ୟକ୍ରମ ୧୪ଦିନ ବ୍ୟାପୀ (ତା -0୮/0୯/୨୦୨୫ – ତା -୨୧/୦୯/୨୦୨୫)ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରଠାରେ ମାଲବ୍ୟ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଏବଂ ଅନ୍ୟ ବିଭାଗର ବହୁ ଅଭିଜ୍ଞ ବିଶେଷଜ୍ଞ,ଗବେଷକ, ଲେଖକ, କବି, ସମାଲୋଚକ ଯୋଗଦେଇ ପ୍ରତ୍ୟକ ବିଭାଗର ସମ୍ପର୍କ ଓଡ଼ିଆ ଭାଷା ସାହିତ୍ୟ ସହିତ କିପରି ଭାବରେ ଜଡିତ ଆଲୋଚନା ରଖିଥିଲେ। NEP ଶିକ୍ଷା ନୀତି ଆଧାରରେ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଏବଂ ମହତ୍ୱ ଉପରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା। ଯାହାକି ଅତ୍ୟନ୍ତ ଶିକ୍ଷଣୀୟ ଥିଲା।
ଶ୍ରୀମତୀ ସୁଜାତା ପାହାନ, ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା, ଏହି ଉଜ୍ଜୀବନ କାଯ୍ୟକ୍ରମରେ ଯୋଗଦେଇ ଏକ ସେମିନାର ପେପର ଦାଖଲ କରିଥିଲେ। ଯାହାର ଶୀର୍ଷକ ଥିଲା ” ବଳରାମ ଦାସଙ୍କ ଲଷ୍ମୀପୁରାଣରେ ସମାଜ ସଂସ୍କାର ଏକ ଅଭିନଵ ପ୍ରୟାସ “। ଏହାର ନିସ୍କର୍ଷ ଥିଲା –

“ଷୋଡଶ ଶତକରେ ରଚିତ ‘ଲକ୍ଷ୍ମୀପୁରାଣ’ ଓଡ଼ିଆ ସମାଜର ଜୀବନବେଦ, ଏକ ସମାଜ ତାନ୍ତ୍ରିକ ବ୍ୟାଖ୍ୟା ଯାହା ଏକାଧାରରେ ବିଜ୍ଞାନସମ୍ମତ ଓ ପ୍ରୟୋଜନୀୟତା ରହିଛି।
ଆଜି ଆମେ ଯେଉଁ ନାରୀ ସଶକ୍ତିକରଣ, ସ୍ୱାଧୀନତା, ସ୍ୱଚ୍ଛତା, ଅଧିକାର,ଆତ୍ମ ନିର୍ଭରଶୀଳତାର କଥା କହୁଛେ ସେଇ କଥାକୁ ବଳରାମ ଦାସ ମଧ୍ୟ୍ୟଯୁଗରେ ଅର୍ଥାତ ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀରେ ଲଷ୍ମୀପୁରାଣ ମାଧ୍ୟମରେ ଉଲ୍ଲେଖ କରିଯାଇଛନ୍ତି। ତେଣୁ ଆମ ପୁରାଣ ସାହିତ୍ୟର ଆଧ୍ୟାତ୍ମିକ ଆବେଦନ ଯେଉଁ ପରିମାଣରେ ରହିଛି ସାମାଜିକ ଆବେଦନ ମଧ୍ୟ ତା ଠାରୁ ଅଧିକ ରହିଛି ବୋଲି କୁହାଯାଇପାରେ।ଦେଶ, କାଳ ଭେଦରେ ସମାଜ ପ୍ରକୃତରେ ଲକ୍ଷ୍ମୀପୁରାଣର ସର୍ବକାଳିକ ମୂଲ୍ୟବୋଧକୁ ସ୍ୱୀକାର କରିଥାଏ।
ସମାଜ ଜୀବନରୁ ସମସ୍ତ ପ୍ରକାର ଶ୍ରେଣୀ ପାର୍ଥକ୍ୟ ଦୂର କରାଇ ନାରୀପୁରୁଷ ମଧ୍ୟରେ ସମତା ସ୍ଥାପନର କାମନା ହିଁ କବିଙ୍କ ‘ଲକ୍ଷ୍ମୀପୁରାଣ’ ରଚନାର ଉଦେଶ୍ୟ।” ଏହି ପାଠ୍ୟକ୍ରମ ପରିପ୍ରେକ୍ଷୀରେ
ଆଉ ଏକ ଗବେଷଣାତ୍ମକ ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟ୍ୟ ଉପସ୍ଥାପିତ କରା ଯାଇଥଲା ଯାହାର ଶୀର୍ଷକ ଥିଲା –
“ଲୋକ ସାହିତ୍ୟରେ ଓଡ଼ିଶାର ଆଞ୍ଚଳିକ ଲୋକଗୀତର ଭୂମିକା”।
ଏହି ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ଆଞ୍ଚଳିକ ଲୋକଗୀତ ଲୋକସାହିତ୍ୟରେ କେଉଁଠି ଓ କିପରି ଗୁରୁତ୍ୱ ରଖିଛି, ତାହାର ଉତ୍ପତ୍ତି, ବିକାଶ, ଓ ସାମାଜିକ-ସାଂସ୍କୃତିକ ପ୍ରଭାବକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରାଯିବ। ଏହା ସହିତ ଲୋକଗୀତର ଗବେଷଣାମୂଳକ ମୂଲ୍ୟ ଓ ଭବିଷ୍ୟତ ପିଢ଼ି ଏହାର ସଂରକ୍ଷଣ ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯିବାର ପ୍ରସ୍ତାବ ଦିଆଯାଇଥିଲା।
ଉଜ୍ଜୀବନ ପ୍ରଶିକ୍ଷଣ ପାଠ୍ୟକ୍ରମର ଶେଷ ଦିବସରେ ଯୋଗ୍ୟତା ଆଧାରରେ (ତା- ୨୧/୦୯/୨୦୨୫) ପ୍ରତ୍ୟେକ ପ୍ରତିଯୋଗୀ ମାନଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରମାଣ ପତ୍ର ବିତରଣ କରି ସମ୍ମାନିତ କରି ଥିଲେ।