ଲେଖନୀ ଧାରରେ ସମାଜ ପରିବର୍ତ୍ତନର ପ୍ରୟାସ’ ଆଧାରରେ ବିଦ୍ୟା ଫାଉଣ୍ଡେସନ ଦ୍ୱାରା ଆୟୋଜିତ
‘ଓଡ଼ିଆ ଅସ୍ମିତାର ପରିଚୟ ଅ ରୁ କ୍ଷ’ କାଯ୍ୟକ୍ରମ ତା ୧୬/୧୨/୨0୨୫,ୟୁନିଟ – ୯, ବୁଦ୍ଧ ମନ୍ଦିର, ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।
ଏହି କାଯ୍ୟକ୍ରମର ଅଧ୍ୟକ୍ଷା ଡ଼କ୍ଟର ସୁଦୀପ୍ତା ହୋତା ଏବଂ ସମ୍ପାଦିକା ଶ୍ରୀମନ୍ତିନୀ ଜେନା ଦାୟିତ୍ୱ ବହନ କରିଥିଲେ।
ଏହି କାଯ୍ୟକ୍ରମରେ ପ୍ରସିଦ୍ଧ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ, ବିଶିଷ୍ଟ ପରିବେଶ ବିଶେଷଜ୍ଞ ପ୍ରଫୁଲ୍ଲ ସାମନ୍ତରାୟ, ମୁଖ୍ୟବକ୍ତା ଆଇ. ପି. ଏସ ଶ୍ରୀ ସୁଧାଂଶୁ ଷଢଙ୍ଗୀ, ସମ୍ବାଦର କାଯ୍ୟନିର୍ବାହୀ ପରିଚାଳନା ନିର୍ଦେଶକ ତନୟା ପଟ୍ଟନାୟକ, ଲୋକସଭା ମଣ୍ଡଳ ଉପସଭାପତି ଶ୍ରୀ ଦୀପକ ମାଲବ୍ୟ, ପ୍ରଗତିବାଦୀ ସମ୍ପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ ଆଦି ବହୁ ଜ୍ଞାନୀ, ଗୁଣି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଉକ୍ତ କାଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି କାଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୭ଟି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଯୋଗଦେଇଥିଲେ।
ଆମ ମହାବିଦ୍ୟାଳୟର +୨, +୩ର ୧୨ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୁଜାତା ପାହାନ ଏବଂ ଇତିହାସ ବିଭାଗର ଅଧ୍ୟାପିକା ସୁନିତା ନାଇକଙ୍କୁ ମଧ୍ୟ ଉତ୍ତରୀୟ ଏବଂ ସମ୍ମାନିତ ଫଳକ ଦ୍ୱାରା ସମ୍ମାନିତ କରାଯାଇଥିଲା।
ବିଭିନ୍ନ ପତ୍ର ପତ୍ରିକାରେ ବିଭିନ୍ନ ସ୍ତମ୍ଭକାରଙ୍କ ଦ୍ୱାରା ପ୍ରକାଶିତ ୩00 ରୁ ଉର୍ଦ୍ଧ ବହୁ ପୁରାତନ ସ୍ତମ୍ଭଗୁଡିକୁ ସଂଗ୍ରହ କରି ଏହି କାଯ୍ୟକ୍ରମରେ ଏକ ସ୍ତମ୍ଭଲେଖା ପ୍ରଦର୍ଶନୀ ପ୍ରଦର୍ଶିତ କରାଯାଇ ଆଜିର ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଅସ୍ମିତାର ପରିଚୟ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯାଇ ଥିଲା। ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।