Follow Us:

About Department

ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ‘ଓଡ଼ିଆ ସମ୍ମାନ ବିଭାଗ’ ୧୯୮୬ ମସିହାରେ ପ୍ରତିଷ୍ଠା ପାଇଥିଲା l ଓଡ଼ିଆ ଭାଷା-ସାହିତ୍ୟରେ ଅଧ୍ୟୟନରତ ଛାତ୍ରୀମାନଙ୍କର ସାମୂହିକ ବିକାଶ ବିଭାଗର ପ୍ରାଥମିକ ଲକ୍ଷ୍ୟ l ଆଧୁନିକ ଭାରତୀୟ ଭାଷା ମଧ୍ୟରେ ସମୃଦ୍ଧ ତଥା ବିକଶିତ ଓଡ଼ିଆ ଭାଷା, ସାହିତ୍ୟର ଚର୍ଚ୍ଚା ଓ ସଂରକ୍ଷଣ ନିମନ୍ତେ ଆମ ବିଭାଗ ବେଶ୍ ଯତ୍ନଶୀଳ l ଆମ ଓଡ଼ିଆ ପରିବାର ଆଦର୍ଶ ମଣିଷ ଗଠନର ମନ୍ତ୍ର ସାଙ୍ଗକୁ ଛାତ୍ରୀମାନଙ୍କ ମଧ୍ୟରେ କର୍ତ୍ତବ୍ୟନିଷ୍ଠା, ମୂଲ୍ୟବୋଧଯୁକ୍ତ ଶୈକ୍ଷିକ ତଥା ନୈତିକ ଚେତନା ଓ ସାମୂହିକ ବ୍ୟକ୍ତିତ୍ୱ ବିକାଶରେ ଆତ୍ମବିଶ୍ୱାସୀ l

ଓଡ଼ିଆ ଭାଷା-ସାହିତ୍ୟରେ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ସମାଜ କଲ୍ୟାଣକାରୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିବା l

  • ଶିକ୍ଷା ଶୃଙ୍ଖଳା ତଥା ସମାଜମଙ୍ଗଳ ଭାବନା ପ୍ରତି ବିଦ୍ୟାର୍ଥୀଙ୍କୁ ସଚେତନ କରିବା l
  • ପାଠଚକ୍ର ମାଧ୍ୟମରେ ବିଦ୍ୟାର୍ଥୀଙ୍କୁ ଅନୁସନ୍ଧାନର ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବା l
  • ଛାତ୍ରୀମାନଙ୍କର ଦକ୍ଷତା ସୃଷ୍ଟି କରିବା l
  • ବିଦ୍ୟାର୍ଥୀଙ୍କ ଅର୍ଥନୀତିକ ଏବଂ ବୃତ୍ତିଗତ ଜୀବନକୁ ସଶକ୍ତ କରିବା ନିମନ୍ତେ ସଚେତନ କରିବା l
Diptimayee Sahoo
Diptimayee Sahoo

Lecturer in Odia (HOD)

Browse Profile

ଆମ ଓଡ଼ିଆ ବିଭାଗ ଶ୍ରୀ ସତ୍ୟ ସାଇ ମହିଳା ମହାବିଦ୍ୟାଳୟର ଅନ୍ୟାନ୍ୟ ବିଭାଗ ପରି ଏକ ପ୍ରାଚୀନ ବିଭାଗ l ଏହାର ପ୍ରତିଷ୍ଠା ହୁଏ 1987 ମସିହାରେ l ଆମ ବିଭାଗ ବିଦ୍ୟାର୍ଥିଙ୍କୁ ଉତ୍କୃଷ୍ଟ ଶିକ୍ଷାର ସେବା ପ୍ରଦାନ କରିବାକୁ ସର୍ବଦା ଯତ୍ନଶୀଳ l ବିଦ୍ୟାର୍ଥୀଙ୍କର ବୌଦ୍ଧିକ ଏବଂ ବ୍ୟାବହାରିକ ଜ୍ଞାନକୁ ଅଭିବୃଦ୍ଧି କରିବା ଆମର ଲକ୍ଷ୍ୟ l ଛାତ୍ରୀମାନଙ୍କର ପାଠ୍ୟକ୍ରମ ଶିକ୍ଷା ସାଙ୍ଗକୁ ଅନୁସନ୍ଧିତ୍ସା ଦିଗକୁ ପ୍ରସାରିତ କରିବା ନିମନ୍ତେ ଆମ ବିଭାଗ ପାଠଚକ୍ର ଆୟୋଜନ କରିଥାଏ l
ଏହି ବିଭାଗର ଅଧ୍ୟାପିକାବୃନ୍ଦ ଛାତ୍ରୀମାନଙ୍କୁ କେବଳ ଉନ୍ନତ ଶିକ୍ଷା ପ୍ରଦାନ କରନ୍ତି ନାହିଁ, ବରଂ ଶିକ୍ଷା ସହ ବାସ୍ତବିକ ଜୀବନ କିଭଳି ଓତଃପ୍ରୋତ ଭାବରେ ଜଡ଼ିତ ତାହା ଦର୍ଶାଇ ଥାଆନ୍ତି l କଳା,ସାହିତ୍ୟ ତଥା ବ୍ୟାବହାରିକ ଜୀବନରେ ସଫଳତା ପ୍ରଦର୍ଶନ ନିମନ୍ତେ ବିଦ୍ୟାର୍ଥୀଙ୍କୁ ଯୋଗ୍ୟ କରି ଗଢି ତୋଳିଥାଏ ଏ ବିଭାଗ l
ଆମ ଓଡ଼ିଆ ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଦ୍ୟାର୍ଥିଙ୍କୁ ଶିକ୍ଷା ସହ ଯୋଡ଼ି ହୋଇ ରହିବା ନିମନ୍ତେ ପ୍ରେରଣା ପ୍ରଦାନ କରିବା l ଏଠାରେ ଉତ୍ତମ ଭାବରେ ଲେଖିବା, ପଢ଼ିବା, କହିବା, ଶୁଣିବା ପରି ଭାଷା କୌଶଳକୁ ଶିକ୍ଷା ଦେଇ ବିଦ୍ୟାର୍ଥୀଙ୍କର ବୌଦ୍ଧିକ ତଥା ବ୍ୟବହାରିକ ଜ୍ଞାନର ବିକାଶ କରାଯାଇଥାଏ l ଆମ ବିଭାଗ ଛାତ୍ରୀମାନଙ୍କୁ ସର୍ବୋତ୍ତମ ଶିକ୍ଷା ପ୍ରଦାନ ସାଙ୍ଗକୁ ସେମାନଙ୍କ ବୃତ୍ତିଗତ ଭବିଷ୍ୟତକୁ ତିଆରି କରିବାରେ ଯଥେଷ୍ଟ ଭୂମିକା ମଧ୍ୟ ନିର୍ବାହ କରିଥାଏ l ମୁଁ ମୋର ସମସ୍ତ ପ୍ରିୟ ଛାତ୍ରୀମାନଙ୍କୁ ରଚନାତ୍ମକ, ଆଲୋଚନାତ୍ମକ, ଶୈକ୍ଷିକ ତଥା ବ୍ୟକ୍ତିଗତ ବିକାଶକୁ ଅଭିବୃଦ୍ଧି କରୁଥିବା ଆମ ଓଡ଼ିଆ ବିଭାଗର ଶୈକ୍ଷିକ ପରିବାରକୁ ସ୍ୱାଗତ ଜଣାଉଛି l ଆସନ୍ତୁ ଆମେ ସମସ୍ତେ ମିଶି ଆମ ଭାଷା, ସାହିତ୍ୟ, ସଂସ୍କୃତି, ନୈତିକତାକୁ ସୁଶୃଙ୍ଖଳିତ କରି ଓଡ଼ିଆ ଅସ୍ମିତାକୁ ଏକ ନୂତନ ପରିଚୟରେ ପରିଚିତ କରିବା l

Read More
Download Syllabus

Our Facility

Our Events