ଆଜି ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱରରେ ଓଡ଼ିଆ ପକ୍ଷ୍ୟ ତରଫରୁ ଏକ ସଚେତନତାମୂଳକ କାର୍ୟକ୍ରମ ଉତ୍ସାହ ଓ ଉଜ୍ଜ୍ୱଳ ଭାବରେ ଆୟୋଜିତ ହୋଇଥିଲା।

ସକାଳ ୧୧:୦୦ ଘଟିକାରେ ଆରମ୍ଭ ହୋଇଥିବା ଏହି କାର୍ୟକ୍ରମ ମହାବିଦ୍ୟାଳୟ ପ୍ରାଙ୍ଗଣ ସହିତ ମହାବିଦ୍ୟାଳୟ ବାହାରେ ମଧ୍ୟ ସଫଳତାର ସହ ଚାଲିଥିଲା। ଛାତ୍ରୀମାନଙ୍କର ଉତ୍ସାହଭରା ଅଂଶଗ୍ରହଣ କାର୍ୟକ୍ରମକୁ ଆହୁରି ସଜିବନ୍ତ ଓ ସାର୍ଥକ କରିଥିଲା।

ଏହି ପ୍ରୟାସ ମାଧ୍ୟମରେ ସମାଜ ସେବା, ସଚେତନତା ଓ ସମ୍ମିଳିତ ଦାୟିତ୍ୱବୋଧର ଏକ ସୁନ୍ଦର ସନ୍ଦେଶ ପ୍ରସାରିତ ହୋଇଥିଲା। ଓଡ଼ିଆ ପକ୍ଷ୍ୟର ଏହି ଉଦ୍ୟମ ଛାତ୍ରୀମାନଙ୍କ ମନରେ ସାମାଜିକ ସଚେତନତାର ଆଲୋକ ଜ୍ୱାଳାଇଦେଇଛି।

ଓଡ଼ିଆ ପକ୍ଷ୍ୟ ପକ୍ଷରୁ ସମସ୍ତ ଅଂଶଗ୍ରାହୀ ଓ ସହଯୋଗୀମାନଙ୍କୁ ଅନ୍ତରିକ ଧନ୍ୟବାଦ ଜଣାଯାଇଛି।